କବିସୂର୍ଯ୍ୟନଗର ଥାନାରେ ଭିନ୍ନକ୍ଷମ ଯୁବକକୁ ପିଟି ପିଟି ମାରିଦେବା ଘଟଣା.. ନ୍ୟାୟ ପାଇଁ ଥାନା ଆଗରେ ପରିବାର.. ରଫାଦଫା ପାଇଁ ଶାସକ ନେତାଙ୍କ ଉଦ୍ୟମ ମୃତକ ଙ୍କ ପରିବାର ପ୍ରତି ବିରୋଧୀ ବିଜେଡି ର ନୀରବତା ନେଇ ସନ୍ଦେହ ।
କବିସୂର୍ଯ୍ୟନଗର ଥାନାରେ ଭିନ୍ନକ୍ଷମ ଯୁବକକୁ ପିଟି ପିଟି ମାରିଦେବା ଘଟଣା..
ନ୍ୟାୟ ପାଇଁ ଥାନା ଆଗରେ ପରିବାର..
ରଫାଦଫା ପାଇଁ ଶାସକ ନେତାଙ୍କ ଉଦ୍ୟମ
ମୃତକ ଙ୍କ ପରିବାର ପ୍ରତି ବିରୋଧୀ ବିଜେଡି ର ନୀରବତା ନେଇ ସନ୍ଦେହ ।
ଗଞ୍ଜାମ , ୦୧-୦୬-୨୦୨୬(ଜାଗୃତି ଖବର ) : କବିସୂର୍ଯ୍ୟନଗର ଥାନାରେ ଭିନ୍ନକ୍ଷମ ଯୁବକ ସୁଶାନ୍ତ କୁ ପୋଲିସ ର ଅମାନୁଷିକ ମାଡ଼, ଗରମ ପାଣି ଢ଼ାଳିବା, ଲଙ୍କା ଗୁଣ୍ଡ ପକାଇ ପିଟିବା ଭଳି ସାଙ୍ଘାତିକ ଅଭିଯୋଗ ପରେ ମୁମୁର୍ଷୁ ଅବସ୍ଥା ରେ. ପରିବାର ଲୋକଙ୍କୁ ହସ୍ତାନ୍ତର କରି ମେଡିକାଲ ନେବା ପରେ ତାର ମୃତ୍ୟୁ ଘଟିଛି.
ହେଲେ ଲୋକଙ୍କ ସରକାର କହୁଥୁବା ବିଜେପି ର ଦୁଇ ଦୁଇ ବିଧାୟକ କବିସୂର୍ଯ୍ୟନଗର ରେ ନେତୃତ୍ୱ ଥିବା ବେଳେ ମୃତକ ଙ୍କ ପରିବାର ଙ୍କୁ କେହି ନ୍ୟାୟ ଦେବାରେ ସହଯୋଗ କରିନଥିବା ଏବଂ ମାଡ଼ ମାରିଥିବା ପୋଲିସ ବିରୁଦ୍ଧରେ ରାଜନୈତିକ ସ୍ତରରେ କେହି ମୁହଁ ନଖୋଲିବା ନେଇ ବିଭିନ୍ନ ମହଲ ରୁ ନିନ୍ଦା କରାଯାଇଛି। ଦୋଷୀ ପୋଲିସ ବିରୁଦ୍ଧରେ ସ୍ୱର ନଉଠାଇବା ଏବଂ ମୃତକ ଙ୍କ ପରିବାର ଙ୍କୁ ନ୍ୟାୟ ଦାବୀ କରିବା ପରିବର୍ତ୍ତେ ଘଟଣା ରଫାଦଫା କରିବା ପାଇଁ ଥାନା ନିକଟରେ କିଛି ଦଲାଲ ପଇଁତରା ମାରଥିବା ଦେଖିବାକୁ ମିଳିଥିଲା। ଅନ୍ୟ ପଟେ ଘଟଣାଟି ଅତି ସମ୍ବେଦନଶୀଳ ହୋଇଥିବାରୁ ଥାନା ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି. ବିଭିନ୍ନ ଥାନାରୁ ଥାନା ଅଧିକରୀ ଆସି ଡେରା ପକାଇଛନ୍ତି. ନିଜେ ଗଞ୍ଜାମ ଏସପି କବିସୂର୍ଯ୍ୟନଗର ଥାନାରେ ପହଂଚି ଘଟଣା ଅନୁଧ୍ୟାନ କରୁଥିବା ବେଳେ ଦକ୍ଷିଣାଞ୍ଚଳ ଆଇଜି ଙ୍କ ନିର୍ଦେଶ ରେ ଏସପି ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ତଦନ୍ତ କରାଯିବ ବୋଲି ଏସପି ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି। ସାମ୍ପ୍ରତିକ ପରିସ୍ଥିତି, ଆଇନ ଶୃଙ୍ଖଳା କୁ ଦୃଷ୍ଟି ରେ ରଖି ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦେଶ ରେ ଛାତ୍ରପୁର ଉପଜିଲ୍ଲାପାଳ, ବିଡ଼ିଓ, ତହସିଲଦାର କବିସୂର୍ଯ୍ୟନଗର ଥାନାରେ ଡେରା ପକାଇଥିବା ଜଣାଯାଇଛି। ଯାହା କୁହାଯାଉଛି ବ୍ରହ୍ମପୁର ମେଡିକାଲ ରେ ଶବ କୁ ରଖାଯାଇଛି. ବ୍ୟବଛେଦ ରେ ବିଳମ୍ବ କରାଯାଇ,ଘଟଣା କୁ ରଫା ଦଫା ପାଇଁ ହୀନ ଉଦ୍ୟମ କରାଯାଉଥିବା ବେଳେ କବିସୂର୍ଯ୍ୟନଗର ବ୍ଲକ ରେ ମାଳ ମାଳ ନେତା ଥାଇ ମୃତକଙ୍କ ପରିବାର ପ୍ରତି କେହି ମୁହଁ ଖୋଲୁନଥୁବାରୁ ହୀନ ରାଜନୀତି ପଦାରେ ପଡିଛି। ଘଟଣା କୁ ଭିନ୍ନ ମୋଡ଼ ପାଇଁ ଉଦ୍ୟମ ଚାଲିଛି. ଶାସକ ବିଜେପି ପକ୍ଷରୁ ବିଭିନ୍ନ ଚାପ ପକାଯାଉଥିବାବେଳେ ମୁଖ୍ୟ ବିରୋଧୀ ଦଳ ବିଜେଡି ର କୌଣସି ନେତା ଙ୍କୁ ଦେଖିବାକୁ ମିଳିନି. ହେଲେ ସରକାରୀ ଗୁଣ୍ଡା ସାଜିଥିବା ପୋଲିସ ବିରୁଦ୍ଧରେ କଣ ହେଉଛି କାର୍ଯ୍ୟାନୁଷ୍ଠାନ ତାହା ଦେଖିବାକୁ ବାକିରହିଲା।
ଗଞ୍ଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0