ରୁଷ-ୟୁକ୍ରେନ ଯୁଦ୍ଧର ଭୟାବହତା, ୟୁକ୍ରେନ ଡ୍ରୋନ ମାଡ଼ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

May 19, 2026 - 13:01
 0  3
ରୁଷ-ୟୁକ୍ରେନ ଯୁଦ୍ଧର ଭୟାବହତା, ୟୁକ୍ରେନ ଡ୍ରୋନ ମାଡ଼ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ରୁଷ-ୟୁକ୍ରେନ ଯୁଦ୍ଧର ଭୟାବହତା, ୟୁକ୍ରେନ ଡ୍ରୋନ ମାଡ଼ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ l


ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ୟୁକ୍ରେନ ପକ୍ଷରୁ ରୁଷର ମସ୍କୋ ଅଞ୍ଚଳରେ ହୋଇଥିବା ଏକ ବଡ଼ ଧରଣର ଡ୍ରୋନ ଆକ୍ରମଣରେ ଜଣେ ଓଡ଼ିଆ ଯୁବକ ପ୍ରାଣ ହରାଇଛନ୍ତି।


​ ଯୁବକ ଜଣକ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ପିତତଳୀ (ମାଧବନ୍ଧ) ଅଞ୍ଚଳର ଏ. ରମେୟା (A. Rameya) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ରମେୟା ମାତ୍ର ମାସେ ତଳେ କାମ କରିବା ପାଇଁ ରୁଷ ଯାଇଥିଲେ। ସେଠାରେ କାର୍ଯ୍ୟରତ ଥିବା ସମୟରେ ହଠାତ ୟୁକ୍ରେନର ଏକ ଡ୍ରୋନ ମାଡ଼ର ଶିକାର ହୋଇଥିଲେ।


​ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତଦେହକୁ ଓଡ଼ିଶା ଫେରାଇ ଆଣିବା ପାଇଁ ଭାରତୀୟ ଦୂତାବାସ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।


କବିରାଜ ପାତ୍ର ଙ୍କ ରିପୋର୍ଟ ଜାଗୃତି  ଖବର ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0