​🚨 ବ୍ରେକିଂ ନ୍ୟୁଜ୍: ସୋସିଆଲ୍ ମିଡିଆରେ ପ୍ରେମ ଜାଲ, ଜଗତସିଂହପୁରରୁ ଦୁଇ ଭାଇ ଗିରଫ

May 15, 2026 - 22:45
 0  3
​🚨 ବ୍ରେକିଂ ନ୍ୟୁଜ୍: ସୋସିଆଲ୍ ମିଡିଆରେ ପ୍ରେମ ଜାଲ, ଜଗତସିଂହପୁରରୁ ଦୁଇ ଭାଇ ଗିରଫ

🚨 ବ୍ରେକିଂ ନ୍ୟୁଜ୍: ସୋସିଆଲ୍ ମିଡିଆରେ ପ୍ରେମ ଜାଲ, ଜଗତସିଂହପୁରରୁ ଦୁଇ ଭାଇ ଗିରଫ

ଜଗତସିଂହପୁର ଜିଲ୍ଲାରେ ସାମାଜିକ ଗଣମାଧ୍ୟମ ଜରିଆରେ ଯୁବତୀମାନଙ୍କୁ ଟାର୍ଗେଟ କରି ଶାରୀରିକ ସମ୍ପର୍କ ରଖିବା ସହ ଇମୋସନାଲ ବ୍ଲାକମେଲିଙ୍ଗ କରୁଥିବା ଅଭିଯୋଗରେ ଜ୍ଞାନ ରଞ୍ଜନ ନାୟକ ଓ ବିଶ୍ୱ ରଞ୍ଜନ ନାୟକ ନାମକ ଦୁଇ ଭାଇଙ୍କୁ ପୋଲିସ ଗିରଫ କରିଛି। ଏନେଇ ଜଗତସିଂହପୁର ଏସପି Ankit Kumar Verma ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।


ଅଭିଯୋଗ ଅନୁସାରେ, ଦୁଇ ଅଭିଯୁକ୍ତ ସାମାଜିକ ଗଣମାଧ୍ୟମରେ ଯୁବତୀମାନଙ୍କ ସହ ପରିଚୟ ସୃଷ୍ଟି କରି ପରେ ପ୍ରେମ ସମ୍ପର୍କ ଗଢ଼ି ଉଠୁଥିଲେ। ପରବର୍ତ୍ତୀ ସମୟରେ ସେମାନେ ଶାରୀରିକ ସମ୍ପର୍କ ରଖି ଫଟୋ ଓ ଭିଡିଓ ଆଧାରରେ ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରି ବିଭିନ୍ନ ଡିଜିଟାଲ ପ୍ରମାଣ ଜବତ କରିଥିବା ସୂଚନା ମିଳିଛି।


ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ପୋଲିସ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି। ବିଶେଷ କରି ସାମାଜିକ ଗଣମାଧ୍ୟମରେ ଅପରିଚିତ ବ୍ୟକ୍ତିଙ୍କ ସହ ବ୍ୟକ୍ତିଗତ ସୂଚନା ଓ ଫଟୋ ଶେୟାର ନକରିବାକୁ ପରାମର୍ଶ ଦିଆଯାଇଛି।


* ଗଣେଶ ପାଣିଗ୍ରାହୀ ରିପୋର୍ଟ ଜାଗୃତି ଖବର *

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0