ଜରଡ଼ା ପୋଲିସର ବଡ଼ ସଫଳତା : ଚିତାବାଘ ଚମଡ଼ା ଜବତ ସହ ୩ ଅଭିଯୁକ୍ତ ଗିରଫ
ଜରଡ଼ା ପୋଲିସର ବଡ଼ ସଫଳତା : ଚିତାବାଘ ଚମଡ଼ା ଜବତ ସହ ୩ ଅଭିଯୁକ୍ତ ଗିରଫ।
ପାତ୍ରପୁର/ଚିକିଟ , ୧୬- ୦୫- ୨୦୨୬ : ବ୍ରହ୍ମପୁର ପୋଲିସ ଜିଲ୍ଳା ଅଧୀନ ଜରଡ଼ା ପୋଲିସ କୁ ଏକ ବଡ଼ ସଫଳତା ମିଳିଛି। ଜରଡା ଥାନା ପୋଲିସ ଚିତାବାଘର ଏକ ପୂର୍ଣ୍ଣ ଆକାରର ଚମଡ଼ା ସହ ଦୁଇଟି ଜୀବନ୍ତ ହାତ ତିଆରି ବୋମା, ଖଣ୍ଡା, ଲୁହା ରଡ୍ ଓ ଏକ ଛୁରୀ କୁ ଜବତ କରିଛି। ଏହି ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ ଜଣେ ଅଭିଯୁକ୍ତ ବନ୍ଧୁକ ସହ ଫେରାର ହୋଇଯାଇଛି।
ଖବର ଅନୁଯାୟୀ, ଜରଡା ଥାନାର ଆଇ ଆଇ ସି ଶ୍ରୀମତୀ ମୀନାକ୍ଷୀ ଦଳବେହେରା ବିଶ୍ୱସ୍ତ ସୂଚନା ପାଇ ଧାନ ବାଡ଼ ଆଙ୍କୁଲି ଅଞ୍ଚଳରେ ଚଢ଼ାଉ କରିଥିଲେ। ସେଠାରେ ପୋଲିସ ଦଳ ପହଞ୍ଚିବା ପରେ ଚାରିଜଣ ସନ୍ଦେହ ବ୍ୟକ୍ତି ଜଙ୍ଗଲ ଆଡକୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ।
ପୋଲିସ ସେମାନଙ୍କୁ ପିଛା କରିବା ସମୟରେ ଅଭିଯୁକ୍ତମାନେ ପୋଲିସ କର୍ମଚାରୀଙ୍କୁ ଠେଲାପେଲି କରିଥିଲେ ଏବଂ ଜଣେ ଅଭିଯୁକ୍ତ ଖଣ୍ଡା ଦେଖାଇ ପୋଲିସ ଅଧିକାରୀଙ୍କୁ ହତ୍ୟା ଧମକ ଦେଇଥିବା ଜଣାପଡ଼ିଛି। ଦୀର୍ଘ ସମୟର ଅପରେସନ ପରେ ପୋଲିସ ତିନି ଜଣଙ୍କୁ କାବୁ କରିଥିଲା। ତେବେ ଜଣେ ଅଭିଯୁକ୍ତ ବନ୍ଧୁକ ସହ ଫେରାର ହେବାରେ ସଫଳ ହୋଇଥିଲେ।
ଗିରଫ ଅଭିଯୁକ୍ତମାନେ ହେଲେ ଗଜପତି ଜିଲ୍ଲା ରାମଗିରି ଅଞ୍ଚଳର ଗୋବିନ୍ଦ ଚନ୍ଦ୍ର ନାୟକ (୪୭), ଗୁଞ୍ଜୁ ରଇତ (୬୦) ଓ ରିତୁନ ବଡ଼ମୁଣ୍ଡି ମୁଣ୍ଡି (୨୫)।
ଘଟଣାସ୍ଥଳରୁ ପୋଲିସ ଏକ ପାଟ୍ ବ୍ୟାଗ ଜବତ କରିଥିଲା। ସେଥିରୁ ଚିତାବାଘର ପୂର୍ଣ୍ଣ ଆକାରର ଚମଡ଼ା, ଦୁଇଟି ଜୀବନ୍ତ ହାତ ତିଆରି ବୋମା ସହ ବିଭିନ୍ନ ଅପରାଧମୂଳକ ସାମଗ୍ରୀ ମିଳିଥିଲା।
ଗଞ୍ଜାମ ଜିଲ୍ଲାରୁ କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ଜାଗୃତି ଖବର ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0