ଦେବଗଡ଼ରେ ବିଜେଡି ପକ୍ଷରୁ ଶତାଧିକ ମହିଳାଙ୍କ ଶୋଭାଯାତ୍ରା, କେନ୍ଦ୍ର ସରକାରଙ୍କୁ ଦୃଢ ପଦକ୍ଷେପ ନେବାକୁ ଦାବି ।
ଦେବଗଡ଼ରେ ବିଜେଡି ପକ୍ଷରୁ ଶତାଧିକ ମହିଳାଙ୍କ ଶୋଭାଯାତ୍ରା, କେନ୍ଦ୍ର ସରକାରଙ୍କୁ ଦୃଢ ପଦକ୍ଷେପ ନେବାକୁ ଦାବି ।
ଦେବଗଡ଼: ମହିଳା ସଂରକ୍ଷଣ ଅଧିନିୟମର ତ୍ୱରିତ କାର୍ଯ୍ୟାନ୍ବୟନ ଦାବିରେ ଆଜି ଦେବଗଡ଼ ଜିଲ୍ଲା ବିଜୁ ମହିଳା ଜନତା ଦଳ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭାରତବର୍ଷର ମହାମହୀମ ରାଷ୍ଟ୍ରପତି ମହୋଦୟାଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଦେବଗଡ଼ଙ୍କ ମାଧ୍ୟମରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା।
ପାର୍ଲାମେଣ୍ଟରେ ସର୍ବସମ୍ମତିକ୍ରମେ
ଗୃହୀତ ହୋଇଥିବା ମହିଳା ସଂରକ୍ଷଣ ଅଧିନିୟମକୁ ଶୀଘ୍ର କାର୍ଯ୍ୟକାରୀ କରିବା ସହ ଦେଶରେ ଦିନକୁ ଦିନ ବଢ଼ିଚାଲିଥିବା ମହିଳା ନିର୍ଯାତନା, ଅସୁରକ୍ଷା, ଅନ୍ୟାୟ ଓ ଅପରାଧ ରୋକିବା ପାଇଁ କେନ୍ଦ୍ର ସରକାର ଦୃଢ ଓ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଥିଲା। ମହିଳାଙ୍କୁ ସମାନ ଅଧିକାର, ସମ୍ମାନ ଓ ସୁରକ୍ଷା ପ୍ରଦାନ କରିବା ପାଇଁ ଏହି ଆଇନର ଶୀଘ୍ର କାର୍ଯ୍ୟାନ୍ବୟନ ଆବଶ୍ୟକ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।
ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ଶ୍ରୀମତୀ ଅରୁଣୀ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ମହିଳା କର୍ମୀ ଓ ସଦସ୍ୟାମାନେ ଦେବଗଡ଼ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇଥିଲେ। ପରେ ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହରର ମୁଖ୍ୟ ବଜାର ମାର୍ଗ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଶୋଭାଯାତ୍ରା ସମୟରେ ମହିଳାମାନେ ନାରୀ ସୁରକ୍ଷା, ସମାନ ଅଧିକାର ଓ ମହିଳା ସଶକ୍ତିକରଣ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ଦେଇ ପରିବେଶକୁ ଉତ୍ସାହିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ନିରଞ୍ଜନ ପୂଜାରୀ ଉପସ୍ଥିତ ରହି ମହିଳାମାନଙ୍କ ଦାବିକୁ ସମର୍ଥନ କରିବା ସହ କାର୍ଯ୍ୟକ୍ରମକୁ ଶକ୍ତି ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ଦେଶର ଉନ୍ନତି ଓ ସମୃଦ୍ଧି ପାଇଁ ମହିଳାଙ୍କ ସଶକ୍ତିକରଣ ଅତ୍ୟନ୍ତ ଆବଶ୍ୟକ ଓ ମହିଳାମାନଙ୍କ ସୁରକ୍ଷା ଏବଂ ଅଧିକାର ସୁନିଶ୍ଚିତ କରିବା ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବା ଉଚିତ।
ଶେଷରେ ବିଜୁ ମହିଳା ଜନତା ଦଳ ପକ୍ଷରୁ କୁହାଯାଇଥିଲା ଯେ, ମହିଳା ସଶକ୍ତିକରଣ, ସମାନ ଅଧିକାର ଓ ସୁରକ୍ଷିତ ସମାଜ ଗଠନ ପାଇଁ ସଂଗଠନ ସଦାସର୍ବଦା ସଂଗ୍ରାମଶୀଳ ରହିବ ଏବଂ ମହିଳାଙ୍କ ନ୍ୟାୟସଙ୍ଗତ ଦାବି ପାଇଁ ଆଗାମୀ ଦିନରେ ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ।
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0