ବେଲଗାଁ ପୋଲିସ ପକ୍ଷରୁ “ଜୁଭେଣ୍ଟିକା” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ହିଞ୍ଜିଳିକାଟୁ ,୧୫-୦୫-୨୦୨୬ : ଯୁବପିଢିଙ୍କୁ ସଚେତନ କରି ସୁସ୍ଥ ଓ ସୁରକ୍ଷିତ ସମାଜ ଗଠନ ଲକ୍ଷ୍ୟରେ ବେଲଗାଁ ପୋଲିସ ପକ୍ଷରୁ ଶୁକ୍ରବାର ସନ୍ଧ୍ୟା ୪ ଘଟିକା ସମୟରେ ବେଲଗାଁ ଥାନା ଭାରପ୍ରାପ୍ତ ଅଧିକାରିଣୀ ଶ୍ରୀମତୀ ସ୍ମିତାଞ୍ଜଳି ପ୍ରଧାନଙ୍କ ଅଧ୍ୟକ୍ଷତାରେ ବେଲଗାଁ ପଞ୍ଚାୟତ ସମ୍ମିଳନୀ କକ୍ଷାଠରେ  ଆୟୋଜିତ ହୋଇଯାଇଛି ।

May 15, 2026 - 19:31
 0  8
ବେଲଗାଁ ପୋଲିସ ପକ୍ଷରୁ “ଜୁଭେଣ୍ଟିକା” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ହିଞ୍ଜିଳିକାଟୁ ,୧୫-୦୫-୨୦୨୬ : ଯୁବପିଢିଙ୍କୁ ସଚେତନ କରି ସୁସ୍ଥ ଓ ସୁରକ୍ଷିତ ସମାଜ ଗଠନ ଲକ୍ଷ୍ୟରେ ବେଲଗାଁ ପୋଲିସ ପକ୍ଷରୁ ଶୁକ୍ରବାର ସନ୍ଧ୍ୟା ୪ ଘଟିକା ସମୟରେ ବେଲଗାଁ ଥାନା ଭାରପ୍ରାପ୍ତ ଅଧିକାରିଣୀ ଶ୍ରୀମତୀ ସ୍ମିତାଞ୍ଜଳି ପ୍ରଧାନଙ୍କ ଅଧ୍ୟକ୍ଷତାରେ ବେଲଗାଁ ପଞ୍ଚାୟତ ସମ୍ମିଳନୀ କକ୍ଷାଠରେ  ଆୟୋଜିତ ହୋଇଯାଇଛି ।

ଏହି ଆୟୋଜିତ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଅଙ୍ଗନବାଡି କର୍ମୀ ଏବଂ କିଶୋର କୈଶୋରୀ ମାନଙ୍କ ସହିତ ସାଇବର କ୍ରାଇମ, କୈଶୋରୀ ବାଳିକା ମାନଙ୍କ ପ୍ରତି ହେଉଥ‌ିବା ଅପରାଧ ଓ ତାର ପ୍ରତିକାର ନିମନ୍ତେ ଆଭାସୀ ମାଧ୍ୟମରେ ସିଧାସଳଖ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କ ବାର୍ତ୍ତାଳାପ ଶୁଣି ବହୁ ଭାବରେ ପ୍ରଭାବିତ ହୋଇଥିଲେ।

ପ୍ରଥମକରି ଓଡ଼ିଶାରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କ ଅଭିନବ ପ୍ରୟାସ ଜୁଭେଣ୍ଟିକା କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ୫ ଶହ ଥାନାରୁ ୧୫ ହଜାର କିଶୋର କୈଶୋରୀ ମାନେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମର ଅଂଶୀଦାର ହୋ। ଇ ଥ୍ ଲେ ।

ସେହି ପରି ବେଲଗାଁ ଥାନାରେ ପ୍ରାୟ ୪୦ରୁ ଉର୍ଦ୍ଧ୍ବ କିଶୋର କିଶୋରୀ ଅଂଶଗ୍ରହଣ କରିଥ‌ିବା ବେଳେ ସେମାନଙ୍କୁ ପୋଲିସ ମହାନିର୍ଦ୍ଦେଶକଙ୍କ ବାର୍ତ୍ତା ବହୁଳ ଭାବରେ ପ୍ରଭାବିତ କରିଥିଲା।

ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫର ମିଳିତ ସହଯୋଗରେ “ଜୁଭେଣ୍ଟିକା - କିଶୋର କିଶୋରୀମାନଙ୍କ ସହ ପୋଲିସର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ” ମାଧ୍ୟମରେ ଶିଶୁ ଓ କିଶୋର-କିଶୋରୀମାନଙ୍କ ପାଇଁ ପୋଲିସ ବ୍ୟବସ୍ଥାକୁ ଅଧିକ ସହଜ, ସୁରକ୍ଷିତ ଓ ବନ୍ଧୁତ୍ୱପୂର୍ଣ୍ଣ କରିବାକୁ ପ୍ରୟାସ କରାଯାଉଛି ବୋଲି ଥାନା ଅଧିକାରିଣୀ ମତବ୍ୟକ୍ତ ରଖିଥିଲେ। 

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ରହିଥିବା ସମସ୍ତ ଅଙ୍ଗନବାଡି କର୍ମୀ ଏବଂ କିଶୋର କୈଶୋରୀ ମାନଙ୍କୁ  ବେଲଗାଁ ଥାନା ପରିଦର୍ଶନ କରାଇବା ସହ ଥାନାର ବିଭିନ୍ନ ବିଭାଗ ଓ କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ଅବଗତ କରାଯାଇଥିଲା।

 ସଚେତନତା ସଭାରେ ନାବାଳକ ଓ ନାବାଳିକାମାନଙ୍କୁ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରୁ ଦୂରେଇ ରହିବା, ସାଇବର ଅପରାଧ ପ୍ରତି ସଚେତନ ହେବା ଏବଂ ଭଲ ପଥରେ ଆଗକୁ ବଢ଼ିବା ପାଇଁ ପରାମର୍ଶ ଦିଆଯାଇଥିଲା। ବର୍ତ୍ତମାନ ସମୟରେ ବହୁ ସଂଖ୍ୟାରେ କିଶୋର-କିଶୋରୀ ସାମାଜିକ ଗଣମାଧ୍ୟମର ନକରାତ୍ମକ ବିଷୟବସ୍ତୁରେ ସମୟ ଅତିବାହିତ କରୁଥିବାରୁ ସବୁବେଳେ ଶିକ୍ଷଣୀୟ ଓ ସକାରାତ୍ମକ ବିଷୟବସ୍ତୁ ଗ୍ରହଣ କରି ନିଜ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ଉପସ୍ଥିତ ଅଧିକାରୀମାନେ ପରାମର୍ଶ ଦେଇଥିଲେ।

 ଏହି ଅବସରରେ ବେଲଗାଁ ଥାନା ଭାରପ୍ରାପ୍ତ ଅଧିକାରିଣୀ ଶ୍ରୀମତୀ ସ୍ମିତାଞ୍ଜଳି ପ୍ରଧାନ କହିଥିଲେ ଯେ, ବର୍ତ୍ତମାନ ସମୟରେ ଅନେକ କିଶୋର କିଶୋରୀ ଅଜାଣତେ କିମ୍ବା ଖରାପ ସଙ୍ଗତିରେ ପଡ଼ି ଅପରାଧିକ କାର୍ଯ୍ୟରେ ସମ୍ପୃକ୍ତ ହେଉଛନ୍ତି।

ଏଥିପାଇଁ ଅଭିଭାବକଙ୍କ ସଚେତନତା ସହ ଛାତ୍ରଛାତ୍ରୀଙ୍କ ମନୋବଳ ଓ ନୀତିମୂଳକ ଶିକ୍ଷା ଅତ୍ୟନ୍ତ ଆବଶ୍ୟକ। ସେ ନାବାଳକମାନେ କୌଣସି ଅପରାଧିକ କାର୍ଯ୍ୟ କଲେ କେଉଁପରି ଆଇନଗତ ବ୍ୟବସ୍ଥା ରହିଛି ସେ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ। ସେ ଆହୁରି କହିଥିଲେ ଯେ, “ଜୁଭେଣ୍ଟିକା” ପ୍ରୟାସ ଯୁବ ପିଢ଼ି ଓ ପୋଲିସ ମଧ୍ୟରେ ବିଶ୍ୱାସ ଓ ସହଯୋଗ ବଢ଼ାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ସମସ୍ତ କିଶୋର-କିଶୋରୀ ନିର୍ଭୟରେ ପୋଲିସ ସହ ଯୋଗାଯୋଗ କରି ନିଜ ସମସ୍ୟା ଜଣାଇବା ସହ ସମାଜରେ ଶୃଙ୍ଖଳାବଦ୍ଧ ଜୀବନ ଯାପନ, ନିଶାଦ୍ରବ୍ୟରୁ ଦୂରେଇ ରହିବା ଓ ଡିଜିଟାଲ ମାଧ୍ୟମର ସଠିକ୍ ବ୍ୟବହାର କରିବାକୁ ସେ ଆହ୍ୱାନ କରିଥିଲେ।

ଏହା ସହ କିଶୋର-କିଶୋରୀମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରି ସେମାନଙ୍କ ସୁରକ୍ଷା ଓ ମଙ୍ଗଳ ପ୍ରତି ଅଧିକ ସଚେତନ ଓ ଯତ୍ନବାନ ହେବା ପାଇଁ ସମସ୍ତ ପୋଲିସ ଅଧିକାରୀଙ୍କୁ ମଧ୍ୟ ଆହ୍ୱାନ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯାଇଥିବା ବେଳେ ଯୁବପିଢିଙ୍କୁ ସଠିକ୍ ଦିଗଦର୍ଶନ ଦେବା ସହ ସମାଜରେ ସଚେତନତା ସୃଷ୍ଟି କରିବାରେ ଏହା ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1