ତେଲ ପାଇଁ ହାହାକାର: ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼, ଆତଙ୍କିତ ଗ୍ରାହକ

May 16, 2026 - 16:27
 0  9
ତେଲ ପାଇଁ ହାହାକାର: ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼, ଆତଙ୍କିତ ଗ୍ରାହକ

ତେଲ ପାଇଁ ହାହାକାର: ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼, ଆତଙ୍କିତ ଗ୍ରାହକ

ରାଜ୍ୟରେ ଏବେ ଧୀରେ ଧୀରେ ଘନାଉଛି ପେଟ୍ରୋଲ ଓ ଡିଜେଲ ସଙ୍କଟ। ଆଗକୁ କାଳେ ପ୍ରେଟ୍ରୋଲ ମିଳିବନି, ଏହି ଭୟ ଏବେ ସାଧାରଣ ଗ୍ରାହକଙ୍କ ମନରେ ଏକ ପ୍ରକାର ଆତଙ୍କ ସୃଷ୍ଟି କଲାଣି। ଫଳରେ ବିଭିନ୍ନ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପଗୁଡ଼ିକ ସମ୍ମୁଖରେ ଗ୍ରାହକଙ୍କ ଅହେତୁକ ଭିଡ଼ ଦେଖିବାକୁ ମିଳୁଛି। ଲୋକେ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହୋଇ ରହୁଛନ୍ତି। ଅନେକ ସ୍ଥାନରେ ପମ୍ପ କର୍ତ୍ତୃପକ୍ଷଙ୍କ ଦ୍ୱାରା ଧାର୍ଯ୍ୟ ପରିମାଣ ଅନୁଯାୟୀ ହିଁ ଗ୍ରାହକଙ୍କୁ ତେଲ ଦିଆଯାଉଛି।

ଏଭଳି ପରିସ୍ଥିତିରେ ଅଧିକାଂଶ ପେଟ୍ରୋଲ ପମ୍ପ ବନ୍ଦ ଥିବା ବେଳେ ଯେଉଁ କେତେକ ହାତଗଣତି ପମ୍ପ ଖୋଲା ରହିଛି, ସେଠାରେ ଗ୍ରାହକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ସ୍ଥିତି ସୁଧାରିବା ଏବଂ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ପେଟ୍ରୋଲ ପମ୍ପ ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳରେ। ଏଠାରେ ଦୁଇଟି ପେଟ୍ରୋଲ ପମ୍ପ ଥିବା ବେଳେ ସେଥିମଧ୍ୟରୁ ଗୋଟିଏ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଯାହାଫଳରେ ଅନ୍ୟ ଖୋଲା ଥିବା ପମ୍ପରେ ସକାଳୁ ସକାଳୁ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ଲୋକେ ଏହି ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରାରେ ଛିଡ଼ା ହୋଇ ପେଟ୍ରୋଲ ପାଇଁ ଚାହିଁ ରହିଛନ୍ତି। ବୁଦ୍ଧିଜୀବୀଙ୍କ ମତରେ, ଆଗକୁ ଯଦି ଏହି ସମସ୍ୟାର ସମାଧାନ ନହୁଏ, ତେବେ ପରିସ୍ଥିତି ସମ୍ପୂର୍ଣ୍ଣ ଅଣଆୟତ ହେବା ନିଶ୍ଚିତ।

ଗଞ୍ଜାମ ଜିଲ୍ଲାରୁ ବାପୁନି ସେଠୀଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0