ଦେଶୀ ମଦ ସହିତ ମୋଟର ସାଇକେଲ ଜବତ, ୦୩ ଗିରଫ

May 15, 2026 - 23:00
 0  4
ଦେଶୀ ମଦ ସହିତ ମୋଟର ସାଇକେଲ ଜବତ, ୦୩ ଗିରଫ

ଦେଶୀ ମଦ ସହିତ ମୋଟର ସାଇକେଲ ଜବତ, ୦୩ ଗିରଫ  l

15-05-2026 :

ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ଖଇରା ଥାନା ଅନ୍ତର୍ଗତ ତୁରାଣୀପଦା ଛକ ଓ ସିମୁଳିଆ ଥାନା ଅନ୍ତର୍ଗତ ବାରାପୁର, ନିଶ୍ଚିନ୍ତ ଓ ଜଳଙ୍ଗ ଗଣ୍ଡିବେଡ଼ ଗ୍ରାମରେ ଚଢ଼ାଉ କରାଯାଇ ୪୧୫ ଲିଟର ଦେଶୀ ରନ୍ଧା ମଦ ଏବଂ ଗୋଟିଏ ମୋଟର ସାଇକେଲ ଜବତ କରାଯିବା ସହିତ କଇଥଗଡ଼ିଆ ଗ୍ରାମର ଭାଗିରଥି ସୋରେନ, ନିଶ୍ଚିନ୍ତ ଗ୍ରାମର ଲକ୍ଷ୍ମୀଧର ବେହେରା, ବାରାପୁର ଗ୍ରାମର ଦୀପକ କୁମାର ଦାସ ଙ୍କୁ ଗିରଫ କରାଯାଇଥିବା ବେଳେ ଜଳଙ୍ଗ ଗଣ୍ଡିବେଡ଼ ଗ୍ରାମର ରମେଶ ଶଙ୍ଖୁଆ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଜବତ ହୋଇଥିବା ମଦ ଓ ମୋଟର ସାଇକେଲର ଆନୁମାନିକ ମୂଲ୍ୟ ୦୧ ଲକ୍ଷ ୬୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରଭୃତି ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୦୪ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0