ପୁଟିଆ ପଦର ଗ୍ରାମପଞ୍ଚାୟତ ଠାରେ ଦ୍ୱତୀୟ ପର୍ଯ୍ୟୟ ମିଳିତ ଜନଶୁଣାଣୀ କାର୍ଯକ୍ରମ ଶିବିର ଅନୁଷ୍ଠିତ ।

May 18, 2026 - 18:05
 0  14
ପୁଟିଆ ପଦର ଗ୍ରାମପଞ୍ଚାୟତ ଠାରେ ଦ୍ୱତୀୟ ପର୍ଯ୍ୟୟ ମିଳିତ ଜନଶୁଣାଣୀ କାର୍ଯକ୍ରମ ଶିବିର ଅନୁଷ୍ଠିତ ।

ପୁଟିଆ ପଦର ଗ୍ରାମପଞ୍ଚାୟତ ଠାରେ ଦ୍ୱତୀୟ ପର୍ଯ୍ୟୟ ମିଳିତ ଜନଶୁଣାଣୀ କାର୍ଯକ୍ରମ ଶିବିର ଅନୁଷ୍ଠିତ ।

ଗଞ୍ଜାମ, ୧୮-୦୫-୨୦୨୬ : ଗଞ୍ଜାମ ଜିଲ୍ଲା ହିଞ୍ଜିକାଟୁ ବ୍ଲକ୍ ଅନ୍ତର୍ଗତ ପୂଟିଆ ପଦର ଗ୍ରାମ  ପଞ୍ଚାୟତ ପରିସରରେ ହିଞ୍ଜିଳିକାଟୁ ଗୋଷ୍ଠି ଉନ୍ନୟନ ଅଧିକାରୀ ଶୁ ଶ୍ରୀ ଶାଗରିକା ଷଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ  ସକାଳ ୧୦ ଘଣ୍ଟା ସମୟରେ ପଞ୍ଚାୟତ ସ୍ତରୀୟ ପ୍ରଶାସନ ପକ୍ଷରୁ ଦ୍ୱତୀୟ ପର୍ଯ୍ୟୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ଏହି  ଜନ ଶୁଣାଣି କାର୍ଯ୍ୟକ୍ରମରେ  ହିଞ୍ଜିଳି କାଟୁ ଭଏସ  ଚେୟାରମେନ ସୁନୀଲ କୁମାର ଗନ୍ତାୟତ, ହିଞ୍ଜିଳି ଏ. ଟି. ଓ  ସୁରଜ କୁମାର ନାୟକ ବେହେରା , ହିଞ୍ଜିଳି କାଟୁ ସିଡ଼ିପିଓ ବିଜୟ ଲକ୍ଷ୍ମୀ ପାଢ଼ୀ,  ସ୍ଥାନୀୟ ସରପଞ୍ଚ ସୁଦସନ ରାଉତ, , ଏ ବିଡ଼ିଓ ଅରୁଣ କୁମାର ପ୍ରଧାନ, rwss ଜେଇ ପ୍ରଶ୍ନ ଦଳେଇ,  ଯୋଗ ଦେଇଥିବାବେଳେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସାଧାରଣ ଲୋକଙ୍କ ସମସ୍ୟା ଏବଂ ଅଭିଯୋଗ କୁ ନେଇ ବିଚାର କରିଥିଲେ। ଦୀର୍ଘ ୪ ଘଣ୍ଟା ଧରି ଚାଲିଥିବା ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା , ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା , ଜମିପଟ୍ଟା  ଏବଂ ଭୂମିହୀନ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ  ଅନ୍ୟାନ୍ୟ ସମସ୍ୟା କୁ ନେଇ ଅଭିଯୋଗ ଶୁଣାଣି ହୋଇଥିଲା। ବେଲଗାଁ ପଞ୍ଚାୟତ ର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରାଯାଇଥିଲା ।  ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ମୋଟ ୧୨ ଟି  ଅଭିଯୋଗ ଦାଖଲ ହୋଇଥିବାବେଳେ ସେ ସବୁ ଅଭିଯୋଗ ଗୁଡ଼ିକୁ ରୁ ଅଧିକ ଅଭିଯୋଗ ଇ ଅଭିଯୋଗ ମାଧ୍ୟମରେ  ପଞ୍ଜୀକୃତ କରାଯାଇ ସମସ୍ତ ଅଭିଯୋଗ କୁ  ଖୁବ ଶୀଘ୍ର  ସମାଧାନ କରାଯିବା ନେଇ ହିଞ୍ଜିଳି ଗୋଷ୍ଠି ଉନ୍ନୟନ ଅଧିକାରୀ ଶୁ ଶ୍ରୀ ଶାଗରିକା ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିଛନ୍ତି।ସମସ୍ତଙ୍କ ସହଯୋଗରେ  ଆଜିର ଏହି ଜନ ଶୁଣାଣି କାର୍ଯକ୍ରମ ସୁଚାରୁ ରୁପେ ପରିଚାଳନା ହୋଇଥିଲା। ଏହି ଦ୍ୱତୀୟ ପରଯ୍ୟାୟ ଜନ ଶୁଣାଣି କାର୍ଯ୍ୟକ୍ରମରେ ଲୋକଙ୍କ ସମସ୍ୟା କେତେ କାର୍ଯ୍ୟକାରୀ ହେଉଛି ଓ ଆଉ କେତେ ସମସ୍ୟା ଖାତା କଲମରେ ସିମୀତ ରହୁଛି ଦେଖିବାକୁ ବାକି ରହିଲା ।

ଗଞ୍ଜାମ ଜିଲ୍ଲାରୁ ବାପୁନି ସେଠୀଙ୍କ ରିପୋର୍ଟ ଜାଗୃତି ଖବର ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0